banner
Breaking

ସାଇକୁଟୀରର ଅଷ୍ଟମ ବାର୍ଷିକ ଉତ୍ସବ ଓ ମେଳଣ ଯାତ୍ରା

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପର ନୀଳାଦ୍ରି ବିହାର ହିଲ୍ ଟପ୍ ଠାରେ ଥିବା ସାଇ କୁଟୀରର ଅଷ୍ଟମ ବାର୍ଷିକ ଉତ୍ସବ ମହା ସମାରୋହରେ ଧାର୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ବୁଧବାର ଠାରୁ ପ୍ରଭୁଙ୍କ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇ ଶୁକ୍ରବାର କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଓ ଶୁକ୍ରବାର ଯଜ୍ଞ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ମେଳଣ ଯାତ୍ରାରେ ପଟିଆ,ଗଣ୍ଡରପୁର, କଳାରାହଙ୍ଗ,ଶୈଳଶ୍ରୀବିହାର,ହାଉସି°ବୋର୍ଡ, ବିଡିଏ କଲୋନି, ଶ୍ରୀସାଇ ଶ୍ରୀକ୍ଷେତ୍ର ୟୁନିଟ ୯ରୁ ପ୍ରଭୁଙ୍କୁ ପାଲିଙ୍କିରେ ସୁସଜ୍ଜିତ କରି ରୋଷଣୀ କରାଯାଇ ଏଠାକୁ ଆଣିଥିଲେ। ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କୁ ସୁସ୍ବାଗତ କରାଯାଇ ପ୍ରଭୁଙ୍କ ସେବା କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ବହୁ ସାଇଭକ୍ତ ଉପସ୍ଥିତ ରହି ସାଇ ଭଜନ ଶୁଣିବା ସହ ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ଶନିବାର ପୂର୍ଣ୍ଣାହୁତି ଓ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Khansweb Solution Bhubaneswar

Leave A Reply

Your email address will not be published.