banner
Breaking

ସଡକ ଦୁର୍ଘଟଣାରେ ସ୍ବାମୀ, ସ୍ତ୍ରୀ ମୃତ୍ୟୁ।

0

ଚଣ୍ଡିଖୋଲ,୧୧।୪ (ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ମୃତକ ହେଲେ ମୟୂରଭଞ୍ଜ ଜିଲାର କରଞ୍ଜିଆ ଥାନା ଅନ୍ତର୍ଗତ ବଡଦେହୁରୀ ଗ୍ରାମର ଲକ୍ଷ୍ମୀକାନ୍ତ ମାଟିଆ ଓ ସ୍ତ୍ରୀ ମଞ୍ଜୁଲତା। ତାଙ୍କର ୮ ବର୍ଷର ଝିଅ ଗାୟତ୍ରୀ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସାଧୀନ ଅଛନ୍ତି। ସେମାନେ ସକାଳେ ଭୁବନେଶ୍ବରରୁ ବାଇକ ଯୋଗେ ଫେରୁଥିବା ବେଳେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଛି।

Khansweb Solution Bhubaneswar

Leave A Reply

Your email address will not be published.