banner
Breaking

ଲଘୁଚାପ ପ୍ରଭାବରେ କଲି ଠାରୁ ବର୍ଷା

0

ଭୁବନେଶ୍ୱର, ୧୭ା୭(ଓଡ଼ିଆ ନ୍ୟୁଜ୍) ବଙ୍ଗୋପସାଗରରେ ଘୃର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୦ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୦ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ ଓ ଗଞ୍ଜାମ । ଜୁନ ୧ରୁ ଆଜି ସୁଦ୍ଧା ରାଜ୍ୟରେ ୨୬ ପ୍ରତିଶତ କମ ବର୍ଷା ହୋଇଛି । ରାଜ୍ୟର ୫ଟି ଜିଲ୍ଲାରେ ୪୦ ପ୍ରତିଶତ କମ ବର୍ଷା ହୋଇଥିବା ସୂଚନା ମିଳିଛି । ୫ ଜିଲ୍ଲା ଗୁଡ଼ିକ ହେଉଛି ଗଜପତି, ବାଲେଶ୍ୱର, ରାୟଗଡ଼ା, କନ୍ଧମାଳ ଓ ବଲାଙ୍ଗିର ।ସ୍ଵଳ୍ପ ବୃଷ୍ଟି ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.