banner
Breaking

ରାଜନୀତିରୁ ହଟିବେନି ବିଜୟ। ଆ ପରେ ନବୀନଙ୍କ ଅବସ୍ଥା କଣ ହେବ କହିଲେ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ)ରାଜନୀତିରୁ ସେ କେବେ ହେଲେ ହଟିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ପାଟକୁରା ନିର୍ବାଚନ ହାରିବା ପରେ ବିଜୟ ତାଙ୍କ ପ୍ରତିକ୍ରୟାରେ ଏଭଳି ମତ ରଖିଛନ୍ତି ।
ବିଜୟ କହିଛନ୍ତି, “ଓଡିଶା ରାଜନୀତିକୁ ୪୦ ବର୍ଷ ଧରି ଦେଖିଆସିଥିବା ମୋ ଭଳିି ବ୍ୟକ୍ତିଟିଏ ଯେତେ ନିର୍ବାଚନ ଓ ଉପ-ନିର୍ବାଚନ ଦେଖିଛି ପାଟକୁରା ନିର୍ବାଚନ ସବୁଠାରୁ ଆଗରେ ରହିବ । ନିର୍ବାଚନରେ ପ୍ରାର୍ଥୀ ଦେବା, ପ୍ରାର୍ଥୀଙ୍କର ମୃତ୍ୟୁ ହେବା, ନିର୍ବାଚନ ଘୁଞ୍ଚି ଯିବା , ପୁଣି ନିର୍ବାଚନ କମିଶନଙ୍କ ପାଖକୁ ଯାଇ ନିର୍ବାଚନ ଘୁଞ୍ଚାଇବା ଫନିର ଆଳ ଦେଖାଇ ଏବଂ ତାପରେ ତାରିଖ ଘୋଷଣା ହେବ କହି ବିଳମ୍ବ କରିବା ବହୁ ଘଟଣା ରହିଛି । ୩ ମାସ ଧରି ଯେପରି ନିର୍ବାଚନ ଚାଲିଲା ଭାରତବର୍ଷରେ କୌଣସି ବିଧାନସଭାରେ ଏପରି ନିର୍ବାଚନ ହୋଇନଥିବ । ଯେଉଁ ଭଳି ଭାବରେ ଘେରା ବନ୍ଦି କରି ରଖିଲେ ଏହା ମୋତେ ସବୁଠାରୁ ଆଶ୍ଚର୍ଯ୍ୟନ୍ୱୀତ କରିଛି । ଯେପରି ନକ୍ସଲ ଅଞ୍ଚଳରେ କୌଣସି ଆଇନ ଶୃଙ୍ଖଳା ଅବସ୍ଥା ହେଲେ ଚାରିଆଡୁ ଘେରା ବନ୍ଦି କରି ରଖିବା ସେହିପରି ପାଟକୁରାକୁ ଘେରା ବନ୍ଦି କରି ରଖାଗଲା” ।
“୭୦ ଜଣ ବିଧାୟକ, ୧୪ ଜଣ ମନ୍ତ୍ରୀ, ଶହଶହ ସଂଖ୍ୟାରେ ସାଧା ପୋଷାକରେ ପୁଲିସ କର୍ମଚାରୀ କାହିଁକି ନିୟୋଜିତ କରି ଏଭଳି ଘଟଣା ଘଟାଇଲେ ମୁଁ ବୁଝିପାରୁନି । ଯେଉଁମାନେ ଏପରି କରିଛନ୍ତି ସେହିମାନେ ଏହାର ଉତ୍ତର ଦେଇପାରିବେ । କିନ୍ତୁ ମୁଁ ଗାଁ ଗଣ୍ଡା ବୁଲିଲା ବେଳେ ଦେଖିଛି, ଲୋକଙ୍କ ଆଖିରେ ଲୁହ ଦେଖିଛି, ସେମାନଙ୍କ ସମର୍ଥନ ବି ଦେଖିଛି, ତାଙ୍କର ଭାବାବେଗ ବି ଦେଖିଛି । ସେ ଦୃଷ୍ଟିରୁ ମୋର ବିଶ୍ୱାସ ନଥିଲା ଏଭଳି ଘଟଣା ଘଟିବ ବୋଲି । ସେଥିପାଇଁ ମୁଁ ମୋର ପ୍ରଥମ ପ୍ରତିକ୍ରିୟା କହିଥିଲି ମୁଁ ଏହି ଫଳାଫଳରେ ସମ୍ପୂର୍ଣ୍ଣ ବିଶ୍ମିତ ହୋଇଛି । ସାରା ପାଟକୁରାରେ ଏବେ ଲୋକେ ଆଶ୍ଚର୍ଯ୍ୟନ୍ୱୀତ ହୋଇଛନ୍ତି । ଯେଉଁମାନେ ଘେରା ବନ୍ଦି କରି ରଖିଲେ ସେମାନେ ଏହାର ସ୍ପଷ୍ଟ ଉତ୍ତର ଦେବା ଦରକାର । ଗୋଟିଏ ଆସନ ପାଇଁ ଏପରି କରିବା କଣ ଆବଶ୍ୟକତା ଥିଲା । ଗୋଟିଏ ଆସନକୁ ଜିତିଲେ ଲାଭ କଣ କ୍ଷତି କଣ” ?
“ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା ହୋଇଛି । ସ୍ୱାସ୍ଥ୍ୟା ଯୋଜନା, ଶିକ୍ଷା ଯୋଜନା , ମାଗଣା ଖାଦ୍ୟ ଯୋଜନା ବହୁ ଯୋଜନା । ଦଳ ସରାକରଙ୍କର ସବୁଠାରୁ ବଡ ଯୋଜନା ହେଲା “କିଲ ବିଜୟ ପ୍ରୋଜେକ୍ଟ” । ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ଦେବୁନୁ ଆମେ । ଅହଂକାର ବଢିଯାଇଛି । ହାସ୍ପର୍ଦ୍ଧା ବଢି ଯାଇଛି । ଏଥିରେ ଯେଉଁମାନେ ଭାବାବେଗରେ ଅଛନ୍ତି ଓ ସ୍ୱପ୍ନ ରାଇଜରେ ଅଛନ୍ତି ସେମାନେ ଭାବୁଛନ୍ତି କ୍ଷମତା ଆହମ ହାତରେ, ପୁଞ୍ଜି ଆମ ହାତରେ ସବୁକୁ ବିନିଯୋଗ କରି ଆମେ ତାଙ୍କୁ ପୂରାଇ ଦେବୁ ନାହିଁ । ଏ ଅଂହମିକଟା ସବୁବେଳେ ରାଜନୀତିରେ ରହେ ନାହିଁ । “କିଲ ବିଜୟ ପ୍ରୋଜେକ୍ଟ” ତାଙ୍କର ସଫଳ ହୋଇଛି । ତାଙ୍କୁ ମୁଁ ଅଭିନନ୍ଦନ ଜଣାଇବି” ।
“ମୁଁ ଗୋଟିଏ ପରାମର୍ଶ ଦେବି ରାଜନୀତିରେ ସମସ୍ତଙ୍କର ଦିନେ ନା ଦିନେ ପୂର୍ଣ୍ଣଚ୍ଛେଦ ଆସିବ । ତାଙ୍କ ପାଇଁ ଯେତେବେଳେ ପୂର୍ଣ୍ଣଚ୍ଛେଦର ସମୟ ଆସିବ ସେତେବେଳେ ମୁଁ ଅତ୍ୟନ୍ତ ଥିବି । ମୋ ପାଇଁ ଯେତେବେଳେ ପୂର୍ଣ୍ଣଚ୍ଛେଦର ସମୟ ଆସିବ ସେତେବେଳେ ସେ ରାଜନୀତିରେ ନଥିବେ । ଏହି ଘଟଣାକୁ ସେ ହୃଦୟଙ୍ଗମ କରିବେ । ସବୁଦିନେ ସମସ୍ତେ ରାଜନୀତିରେ ଅଜୟ ଓ ଅମର ହୋଇ ରୁହନ୍ତି ନାହିଁ” ।
“୨୦ ବର୍ଷ ପରେ ୮୦ ହଜାର ଲୋକଙ୍କ ସର୍ମଥନ ପାଇବା ମୋ ପାଇଁ ସବୁଠାରୁ ବଡ ସ୍ମରଣୀୟ ଘଟଣା । ସେ ଦୃଷ୍ଟିରୁ ମୁଁ ସେ ଅଞ୍ଚଳକୁ, ସେ ମାଟିକୁ , ନା ରାଜନୀତିକୁ ଛାଡି ପାରିବି । ଯିଏ ରାଜନୀତି କରୁଛି ତାର ଅନ୍ତ ହୁଏ ନାହିଁ । ନିର୍ବାଚନ ଲଢିବି କି ନାହିଁ ସେ ସମୟରେ ରାଜନୀତି କଣ ହେବ ତାହା ବଡ ପ୍ରଶ୍ନ । ଏ ପ୍ରଶ୍ନର ଉତ୍ତର ହଠାତ ଦେଇ ହେବ ନାହିଁ । ବହୁ ବିଧାୟକ, ମନ୍ତ୍ରୀ ନବୀନ ବାବୁଙ୍କର ଯେଉଁ ସେନା ବାହନୀ ଘେରାବନ୍ଦି କରିବାକୁ ଯେଉଁ ଯାଇଥିଲେ ସେମାନଙ୍କ ଭିତରୁ ଅଧିକାଂଶ ମୋ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି । ସମସ୍ତଙ୍କର ଅକୁଣ୍ଠ ସମର୍ଥନ ମୋତେ ଜଣାଇଛନ୍ତି । ସେମାନେ ଜାଣି ନାହାନ୍ତି ତାଙ୍କର ଭବିଷ୍ୟତ କଣ ହେବ । ସେନାବାହିନୀର ଯେଉଁମାନେ ନିୟନ୍ତ୍ରଣକାରୀ ସେମାନେ ହେଲେ ବ୍ୟୁରୋକାର୍ଟସ । ସେମାନଙ୍କ ନିୟନ୍ତ୍ରଣରେ ସମସ୍ତେ ରହିଯାଇଛନ୍ତି । ସେମାନେ ବି ଜାଣି ନାହାନ୍ତି ତାଙ୍କ ଭବିଷ୍ୟତ କଣ ହେବ” ।
“ଦଳ ବୋଲି କିଛି ନାହିଁ । ଦଳଟା କିଛି ମୁଷ୍ଟିମେୟ ବଡବଡିଆ ଅଫିସରଙ୍କ ନିୟନ୍ତ୍ରଣରେ ରହିଛି । ସେହିମାନେ ହିଁ ନିଷ୍ପତ୍ତି କରନ୍ତି ନବୀନଙ୍କ ଭବିଷ୍ୟତ କଣ ହେବ, ଦଳର ଭବିଷ୍ୟତ କଣ ହେବ, ବିଧାୟକଙ୍କ ଭବିଷ୍ୟତ କଣ ହେବ । ଏକଥା ସମସ୍ତେ ଜାଣନ୍ତି । ଏହା ନିଚ୍ଛକ ସତ୍ୟ । ଏହି ସତ୍ୟକୁ ସ୍ୱୀକାର କରିବାକୁ ପଡିବ । ମୋ ପାଇଁ ବିଜେପିର ସମସ୍ତେ ଲାଗିଥିଲେ । ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ବେଜୟନ୍ତ ପଣ୍ଡା ଆସି ସାଥ ଦେଇଥିଲେ । ଦଳର ସବୁ ନେତା ସେଠାକୁ ଯାଇ ପ୍ରଚାର କରିଥିଲେ । ଦଳୀୟ ଅଭାବ ମୁଁ କେବେ ପରିଲିକ୍ଷିତିି କରିନି । କଂଗ୍ରେସ ଭୋଟ ବିଭିନ୍ନ ଆଡକୁ ଯାଇଛି । ଏହା ସତ୍ୟ” ।
“ଗତଥର ବେଦପ୍ରକାଶ ଅଗ୍ରଓ୍ବାଲ ଜିତିଥିଲେ ୪୭ ହଜାରରୁ ଅଧିକ ଭୋଟରେ । ଏଥର ତାଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ବାଲ ଅଧିକ ୧୭ ହଜାର ଭୋଟରେ ଜିତିଥିଲେ । ଏହା ବିଜେଡି ପାଇଁ ଏକ ସର୍ତକ ଘଣ୍ଟି । ୨-୩ ଦିନ ପାଇଁ ପାଟକୁରାବାସୀଙ୍କ ଆୟ କିଛି ବଢାଇଦିଆଗଲା । ନିର୍ବାଚନରେ ଇଏ କଣ ଗଣତନ୍ତ୍ର ବ୍ୟବସ୍ଥା । ଆମେ କଣ କରିଥିଲେ ଆଉ କିଛି ଆଗରେ ରହିପାରିଥାନ୍ତୁ ସେ ସମୀକ୍ଷା ଆମେ କରୁଛୁ । ତାଙ୍କ ପାଇଁ ବେଶୀ ଆବଶ୍ୟକତା” ବୋଲି ବିଜୟ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.