banner
Breaking

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୦ ହଜାର ଟଙ୍କା ଦେବାସହ ବନଫୁଲ ବସ୍ତିରେ ଶୁଖିଲା ଖାଦ୍ୟ ବାଣ୍ଟିଲା ପଟିଆ ଶୀରିଡ଼ ସାଇ ଟ୍ରଷ୍ଟ।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଧାର୍ମିକ ଅନୁଷ୍ଠାନ ମଧ୍ୟରେ ପଟିଆ ସ୍ଥିତ ଶୀରିଡ଼ ସାଇ ଟ୍ରଷ୍ଟ ଅନ୍ୟତମ। ଏହି ଅନୁଷ୍ଠାନ ସବୁବେଳେ ଲୋକମାନଙ୍କ ହିତ ପାଇଁ କାର୍ଯ୍ୟ କରିଆସୁଛି।କରୋନା ସାରା ପୃଥିବୀରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ବାଦପଡିନି ଓଡିଶା। କରୋନା ମୁକାବିଲା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଫଣ୍ଡକୁ ଦାନ କରିବାକୁ ସମସ୍ତଙ୍କୁ ନିବେଦନ ରଖିଛନ୍ତି। ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ସରକାରଙ୍କୁ ସହଯୋଗର ହାତ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୬୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛି ପଟିଆ ଶୀରିଡ଼ ସାଇ ଟ୍ରଷ୍ଟ । ମନ୍ଦିର ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ମିହିର୍ କୁମାର ରାଉତ୍ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏହି ଚେକ୍‌କୁ ପ୍ରଦାନ କରିଥିଲେ । ରାଜଧାନୀରେ ଶହେରୁ ଉର୍ଦ୍ଧ ମନ୍ଦିର ଥିଲେ ବି ଉକ୍ତ ମନ୍ଦିର ଟ୍ରଷ୍ଟ ସହଯୋଗ କରିବା ପାଇଁ ଆଗକୁ ଆସିଥିଲା । ଯାହା କି ଅନ୍ୟମାନଙ୍କ ଉଦାହରଣ ପାଲଟିଛି । ଖାଲି ସେତିକି ନୁହେଁ ଟ୍ରଷ୍ଟ ତରଫରୁ ବନଫୁଲ ବସ୍ତିରେ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥିଲା। ଏଭଳି ଘଡି ସନ୍ଧି ମୁହୁର୍ତ୍ତରେ ସମସ୍ତ ସଚେତନ ନାଗରିକ ନିଜ ନିଜ ସ୍ତରରେ ଏକ୍ଷେତ୍ରରେ ସାହାର୍ଯ୍ୟ କରିବା ସହ କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ଶ୍ରୀ ରାଉତ୍ ଆହ୍ୱାନ କରିଥିଲେ । ଏଥିସହିତ ସରକାରଙ୍କ ନିର୍ଦ୍ଧେଶକୁ ମାନି ଲକ୍‌-ଡାଉନ୍ ରେ ଘରେ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ପୂର୍ବରୁ ମଧ୍ୟ ଉକ୍ତ ଟ୍ରଷ୍ଟ ବିଭିନ୍ନ ସଚେତନମୂଳକ କାର୍ଯ୍ୟ ଯଥା ବୃକ୍ଷରୋଌଣ,ଗରିବଙ୍କୁ କମ୍ବଳ ବଣ୍ଟନ,ଜଳଛତ୍ର ଭଳି କାର୍ଯ୍ୟ କରିଆସିଛି । ରିଲିଫ୍ ପାଣ୍ଠିକୁ ଦାନ ଦେବା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ବେଶ୍ ପ୍ରଶଂସା କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.