banner
Breaking

ଭୁବନେଶ୍ୱର ଷ୍ଟେସନର ଚେହେରା ବଦଳିବ। ସ୍ବାକ୍ଷରିତ ହେଲା ଏମ ଓ ୟୁ।

0

ଭୁବନେଶ୍ୱର,୧୯ା୯(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତିକରଣ ପାଇଁ ରେଲୱେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ ଓ ୟୁ ସ୍ୱାକ୍ଷରିତ ହୋଇଛି । ଏହି ସମୟରେ ଭିସିରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦୁଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ । MOU ସ୍ୱାକ୍ଷରିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଭୁବନେଶ୍ୱର ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବ । ଷ୍ଟେସନକୁ ମଲ୍ଟିମଡ଼େଲ ହବ୍ କରାଯିବା ସ୍ୱାଜତଯୋଗ୍ୟ ପଦକ୍ଷେପ। ଭିତ୍ତିଭୂମି ବିକାଶ ପାଇଁ ୧୩୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି । ରେଲୱେ ୭୦କୋଟି ଏବଂ ରାଜ୍ୟ ସରକାରର ୬୦କୋଟି ଟଙ୍କା ଖର୍ଚ୍ଚ କରିବେ ।

Khansweb Solution Bhubaneswar

Leave A Reply

Your email address will not be published.