banner
Breaking

ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ୨୫ଟି ଭେଣ୍ଡିଙ୍ଗ ଜୋନ୍

0

ଭୁବନେଶ୍ୱର,୯।୮(ବ୍ୟୁରୋ):ଖୁବ୍‌ଶୀଘ୍ର ସହରରେ ଆଉ ୨୫ଟି ଭେଣ୍ଡିଂ ଜୋନ୍‌ ନିର୍ମାଣ କରିବାକୁ ଯୋଜନା କରୁଛି ବିଏମ୍‌ସି। ତେବେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା) ଯୋଜନାରେ ଏହା ନିର୍ମାଣ ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ୱରା ୨ହଜାରରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଉପକୃତ ହେବେ ବୋଲି କୁହାଯାଉଛି। ବିଶେଷକରି କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ୨୫ଶହରୁ ଊର୍ଦ୍ଧ୍ୱ ବୁଲା ବିକାଳୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି। ତେଣୁ ସେମାନଙ୍କୁ ଏଠାରେ ଥଇଥାନ କରାଯାଇପାରେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସହରରେ ବିଏମ୍‌ସି ପକ୍ଷରୁ ମୋଟ୍‌ ୩୪ଟି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ କେବଳ ସ୍ମାର୍ଟ ଜନପଥରେ ନିର୍ମିତ ଭେଣ୍ଡିଂ ଜୋନ୍‌ରେ ୨୩୦ଜଣ ବ୍ୟବସାୟୀ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.