banner
Breaking

ଭୁବନେଶ୍ବରରେ ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ଫର୍ମୁଲା

0

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ୍) : ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଜଣକ ବଦଳରେ ଏଣିକି ରହିବେ ୨ ଜଣ ଡିସିପି । ଭୁବନେଶ୍ୱରକୁ ୨ଟି ସହରାଞ୍ଚଳ ପୋଲିସ ଜିଲ୍ଲାରେ ଭାଗ କରାଯିବ । ପ୍ରତି ପୋଲିସ ଜିଲ୍ଲା ଦାୟିତ୍ୱରେ ଜଣେ ଲେଖାଏଁ ଡିସିପି ରହିବେ । ଏହା ସହ ପ୍ରତି ଡିସିପିଙ୍କ ଅଧୀନରେ ୧୧ଟି ଥାନା ରହିବ । ୩ଟି ନୂଆ ଥାନା ପାଇଁ ଡିଜିପିଙ୍କୁ କମିସନର ପ୍ରସ୍ତାବ ଦେଇଛନ୍ତି । ସହିଦ ନଗର, ମଞ୍ଚେଶ୍ୱର ଓ ଖଣ୍ଡଗିରି ଅଞ୍ଚଳକୁ ଭାଗ କରାଯିବା ସହ ସେଠାରେ ଆଉ ଗୋଟିଏ ଲେଖାଏଁ ଥାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି । ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ଡିଜିପିଙ୍କୁ ପ୍ରସ୍ତାବ ଦେଇଛନ୍ତି ପୋଲିସ କମିସନର ସତ୍ୟଜିତ୍ ମହାନ୍ତିି ।

Khansweb Solution Bhubaneswar

Leave A Reply

Your email address will not be published.