banner
Breaking

ବିଶ୍ବଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

0

ଭୁବନେଶ୍ୱର: (ଓଡ଼ିଆ ନ୍ୟୁଜ୍) ଓଡିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରେଦଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଏନେଇ ଆଜି ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଦ୍ରୈାପ୍ରଦୀ ମୁର୍ମୁଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମୟରେ ଓଡିଶାରୁ ଦୁଇଜଣ ହେଲେ ରାଜ୍ୟପାଳ ।
ସେ ପୂର୍ବରୁ ବିଜେପିର ରାଜ୍ୟସଭାପତି ଓ ବିଭିନ୍ନ ପଦପଦବୀରେ ରହିଥିଲେ । ବିଜୁପଟ୍ଟନାୟକଙ୍କ ସରକାରରେ ବି ସେ ମନ୍ତ୍ରୀ ଥିଲେ । ବିଜେପି-ବିଜେଡି ମେଣ୍ଟ ସରକାର ସମୟରେ ମଧ୍ୟ ମନ୍ତ୍ରୀ ଥିଲେ । ସେ ଜଣେ ଦକ୍ଷ ରାଜନେତା ଭାବରେ ବେଶ ପ୍ରତିଷ୍ଠିତ । ଓଡିଶା ବିଧାନସଭାରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂଣ୍ଣ ଥିଲା । ସେ ଓଡିଶା ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି । ପ୍ରଥମେ ସେ ଜନତା ପାର୍ଟିର ପାର୍ଥୀ ଭାବେ ଚିଲିକା ବିଧାନସଭାରୁ ଓ ପରେ ଜନତା ଦଳରୁ ସେହି ଚିଲିକାରୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ବିଜେପିରୁ ଭୁବନେଶ୍ୱର ବିଧାନସଭା ଆସନରୁ ଲଗାତାର ୩ ଥର ନିର୍ବାଚିତ ହୋଇଥିଲେ ।
ସେ ୧୯୩୪ ମସିହା ଅଗଷ୍ଟ ୩ରେ ଜନ୍ମ ଗ୍ରହଣ କରିଥିଲେ । ସେ ଓକିଲାତି ମଧ୍ୟ କରିଥିଲେ । ସେ ୧୯୭୧ରେ ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ । ସେତେବେଳେ ସେ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଥିଲେ ଓ ରାଜ୍ୟର ସାଧାରଣ ସମ୍ପାଦକ ଥିଲେ । ୧୯୭୫ରେ ସେ ମିସାରେ ଗିରଫ ହୋଇଥିଲେ । ସେ ବିଜେପିର ରାଜ୍ୟ ସଭାପତି ୧୯୮୦ରୁ ୮୮ ଯାଏଁ ଥିଲେ । ସେ ଲେଖାଲେଖିରେ ବେଶ ରୁଚି ରଖିଥାନ୍ତି । ସେ ୫ଟି ପୁସ୍ତକ ରଚନା କରିଛନ୍ତି । ସେଗୁଡିକ ହେଲା “ମରୁ ବତାଶ”, “ରଣା ପ୍ରତାପ”, “ଶେଷ ଝଲକ”, “ଅସ୍ତଶିଖା” ଓ “ମାନସୀ” । ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ରଚିତ ଆତ୍ମ ଜୀବନୀ “ସଂଗ୍ରାମ ସରି ନାହିଁ” ପ୍ରଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.