banner
Breaking

ବିଧାନ ପରିଷଦ ବୈଠକ। ସା°ସଦଙ୍କୁ ତାଗିଦ। ଓବିସି ସାମିଲ ହେବେ ଏନଆରସିରେ।

0

ଭୁବନେଶ୍ୱର,୨୮।୧(ଓଡ଼ିଆ ନ୍ୟୁଜ): ବିଜେଡିର ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ମାସ ୨୯ରେ ପାର୍ଲାମେଣ୍ଟର ବଜେଟ ଅଧିବେଶନବେଳେ ଉଭୟ ସଦନରେ ଦଳର ରଣନୀତି ନେଇ ଆଲୋଚନା ହୋଇଛି। ବୈଠକ ପରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି, ଏଥର ଅଧିବେଶନରେ କୋଇଲା ରୟାଲ୍‌ଟି ବୃଦ୍ଧି, ମହାନଦୀ ସମସ୍ୟାର ସମାଧାନ, ପୋଲଭରମ ଭଳି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ପୂର୍ବରୁ ଯେଉଁ ଦାବି ରହିଥିଲା ତାହା ପୁଣି ଉତ୍ଥାପନ କରାଯିବ। ବିଶେଷ କରି ଜିଏସଟି ଲାଗୁ ହେବା ଦ୍ୱାରା ରାଜ୍ୟର ଯେଉଁ ରାଜସ୍ବ କ୍ଷତି ଘଟିଛି ତାହା କିପରି ଭରଣା କରାଯିବ ଏବଂ ଏନ୍‌ପିଆର ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ପିନାକୀ କହିଛନ୍ତି।
ବୈଠକରେ ବିଧାନ ପରିଷଦ ଗଠନ ଦାବି ଦୋହରାଇଛି ବିଜେଡ଼ି । ଏହାସହ ସିଏଏକୁ ସମର୍ଥନ କରିବା ସାଙ୍ଗକୁ ଏନଆରସିକୁ ବିରୋଧ ପ୍ରଦର୍ଶନ କରିଛି ବିଜେଡ଼ି । ଏନସିଆରର ଦୁଇଟି ବିଷୟକୁ ନେଇ ଆପତ୍ତି ରହିଥିବା କହିଛି ବିଜେଡ଼ି । ଜାତି ଭିତ୍ତିକ ଜନଗଣନାରେ ଓବିସିକୁ ସାମିଲ କରାଯାଉ । ଜିଏସଟି କ୍ଷତି ଭରଣା ଦାବି କରିଛି ବିଜେଡ଼ି । ରେଳ ବଜେଟରେ ଓଡ଼ିଶାକୁ ଅଧିକ ଅର୍ଥ ମିଳିବା ଆଶା ରଖିଛି । ଏହାସହ ସାଂସଦଙ୍କ ପ୍ରଦର୍ଶନ ନେଇ ତାଗିଦ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଂସଦ ଓ ବିଧାୟକଙ୍କ ସମନ୍ୱୟ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସଂସଦରେ ସାଂସଦଙ୍କ ଉପରେ ନଜର ରହିବ । ସଂସଦରେ ଅଂଶଗ୍ରହଣ କରୁଛନ୍ତି ନାହିଁ ତାହା ଉପରେ ନଜର ରଖିବେ ମୁଖ୍ୟମନ୍ତ୍ରୀ । କେତେ ପ୍ରଶ୍ନୋତ୍ତରରେ ଭାଗ ନେଉଛନ୍ତି ତାହା ଟ୍ରାକିଂ ହେବ । ଏହାସହ ସଂସଦରେ ସାଂସସମାନେ ଉପସ୍ଥିତ ରହି ସମସ୍ୟା ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ମାସ ଭିତରେ ପ୍ରଦର୍ଶନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Khansweb Solution Bhubaneswar

Leave A Reply

Your email address will not be published.