banner
Breaking

ବହୁ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା

0

ଭୁବନେଶ୍ୱର, (ବ୍ୟୁରୋ) ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ମାରାଥନ ଗ୍ରସ୍ତରେ ଆଜି ଗୋପାଳପୁର ଏନ୍‌ଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡର ଆରସିସି ଡ୍ରେନ୍‌ ସହ କଲଭର୍ଟ, ୱାର୍ଡ ନମ୍ବର ୭ର କଭର ଡ୍ରେନ୍‌ର ଉଦଘାଟନ କରିଥିବା ବେଳେ ୱାର୍ଡ ନମ୍ବର ୬ରେ ଓସିଟି କଲେଜ୍‌ ସମ୍ମୁଖରୁ ଗୋପାଳପୁର ଶେଷ ପର୍ଯ୍ୟନ୍ତ ଆର୍‌ସିସି ଡ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ସେହିପରି ୱାର୍ଡ ନଂ ୫ରେ ବି. ଜୟାଙ୍କ ଘରଠାରୁ ଜି, ଜଗନ୍ନାଥଙ୍କ ଘର ପର୍ଯ୍ୟନ୍ତ ସିସି ରାସ୍ତା, ଗୋପାଳପୁର ସମୁଦ୍ରକୂଳଠାରେ ସାଧାରଣ ଶୌଚାଳୟ, ଗୋପାଳପୁର ଏନ୍‌ଏସିର ଆହାର କେନ୍ଦ୍ରର ପଛ ପାଶ୍ୱର୍ରେ ସାମୂହିକ ଶୌଚାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି , ଗୋପାଳପୁର ଏନ୍‌ଏସିର ଷ୍ଟାଫ୍‌ କ୍ୱାର୍ଟର ଓ ଷ୍ଟୋର ରୁମ୍‌, ୱାର୍ଡ ନମ୍ବର ୭ରେ ସାଇବାବା ସାହିର ପଛପାଖରେ ଏମ୍‌ସିସିର ଶିଳାନ୍ୟାସ କରିଛନ୍ତି । ଗୋପାଳପୁର ଏନ୍‌ଏସିରେ ଏହିସବୁ କାର୍ଯ୍ୟ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ହେବ । ମନ୍ତ୍ରୀ ଶ୍ରୀ ଜେନା ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରଙ୍ଗେଇ ଲୁଣ୍ଡା ପଞ୍ଚାୟତ ସମିତିର ନୂତନ କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ କରିଥିଲେ । ପରେ ମନ୍ତ୍ରୀ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ସମନ୍ୱିତ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ଓ ସୌର ଶକ୍ତି ବ୍ୟବସ୍ଥାର ଶୁଭ ଉଦ୍‌ଘାଟନ ଏବଂ ସିଟି ସର୍ଭେଲାନ୍ସ ନେଟ୍‌ୱାର୍କର ଶିଳାନ୍ୟାସ କରିଥିଲେ । ବ୍ରହ୍ମପୁର ଟାଉନ୍‌ହଲ୍‌ଠାରେ ସାମାଜିକ ନିରାପତ୍ତା ଯୋଜନାରେ ‘ସ୍ୱାଭିମାନ ସ୍ୱୟଂ ସହାୟକ ଗୋଷ୍ଠୀ’ର ୧୩ ଜଣ ହିତାଧିକାରୀଙ୍କୁ ପେନ୍‌ସନ୍‌ କାର୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ ଓ ନବୀକରଣ ହୋଇଥିବା ଟାଉନ୍‌ହଲ୍‌ର ଲୋକାର୍ପଣ ସହ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକକ ବାତାୟନ ବ୍ୟବସ୍ଥାର ଉଦ୍‌ଘାଟନ ଏବଂ ବିଭିନ୍ନ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୨ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧ ଲକ୍ଷ ୨୦ ହଜାର କରି ଆବର୍ତ୍ତନ ପାଣ୍ଠି ପ୍ରଦାନ କରିଥିଲେ । ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଗୋଡ଼ିସିଙ୍ଗାଠାରେ ଏକକ ବାତାୟନ ବ୍ୟବସ୍ଥା ଓ ଆସିକା କଲେଜ ଛକଠାରେ ପାଣିଟାଙ୍କିକୁ ମନ୍ତ୍ରୀ ଶ୍ରୀ ଜେନା ଶୁଭ ଉଦ୍‌ଘାଟନ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ଏହାପରେ ବାରଗାଁ ପଞ୍ଚାୟତ ମୁଖ୍ୟାଳୟଠାରେ ହରିଜନ ସାହି କଲ୍ୟାଣ ମଣ୍ଡପ, ନୂଆସାହି ଗୋଷ୍ଠୀ କେନ୍ଦ୍ର, ବଡସାହି ନାମ ମଣ୍ଡପ, ଶିଶୁ ଉଦ୍ୟାନ, କଲ୍ୟାଣ ମଣ୍ଡପ ଏବଂ ଅଙ୍ଗନବାଡ଼ି କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ । ଏଥି ସହ ସେ ଆସିକା ଏନ୍‌ଏସିର ଗଣେଶ ପାଟଠାରେ କଲ୍ୟାଣ ମଣ୍ଡପ, ଆଡ଼ପ ମଣ୍ଡପର ପଛ ପାଶ୍ୱର୍ରେ କଲ୍ୟାଣ ମଣ୍ଡପ, ଅଙ୍ଗନବାଡ଼ି କେନ୍ଦ୍ର, ବିଜୁ ପଟ୍ଟନାୟକ ଗୋଷ୍ଠୀ କେନ୍ଦ୍ର ଓ ସୂଚନା କେନ୍ଦ୍ରର ମଧ୍ୟ ଉଦ୍‌ଘାଟନ କରିଥିଲେ । ମନ୍ତ୍ରୀ ସୋରଡ଼ା ଏନ୍‌ଏସିର ୩ ନମ୍ବର ୱାର୍ଡର ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ଓ ୱାର୍ଡ ନମ୍ବର ୧୫ର ମାଳତୀ ତୁଠ ଦେଇ ପାଭେର ବ୍ଲକ୍‌ ରାସ୍ତା ଏବଂ ଶିଶୁ ଉଦ୍ୟାନ ନିକଟରେ ପ୍ରବେଶ ପଥର ଶିଳାନ୍ୟାସ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଶୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ସୋରଡ଼ା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଛତ୍ରପୁର ବିଧାୟକ ଶ୍ରୀ ସୁବାସ ବେହେରା, ଜିଲ୍ଲା ପରିଷଦ ସଭାପତି ସୁମନ ପଲାଇ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ରଙ୍ଗେଇଲୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷା ସି.ଏଚ୍‌ ଉଷାରାଣୀ, ବ୍ରହ୍ମପୁର ମହାନଗର ନିଗମର କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ବହୁ ଜନସାଧାରଣ, ବୁଦ୍ଧିଜୀବୀ, ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପଞ୍ଚାୟତିରାଜ ପ୍ରତିନିଧି, ସଂପୃକ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

Khansweb Solution Bhubaneswar

Leave A Reply

Your email address will not be published.