banner
Breaking

ବରମୁଣ୍ଡା ବସଷ୍ଟାଣ୍ଡରେ ବସରେ ଲାଗିଲା ନିଆ”

0

ଭୁବନେଶ୍ୱର , (ଓଡ଼ିଆ ନ୍ୟୁଜ): ବରମୁଣ୍ଡା ବସ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଛି। ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ 0D33 U 1399 ଶ୍ରୀ ଚକାଡୋଳା ନାମକ ଏକ ବସରେ ଅଚାନକ୍ ନିଆଁ ଲାଗି ଯାଇଥିଲା। ଫଳରେ ବସଟି ହୁତୁହୁତୁ ହୋଇ ଜଳିଥିଲା। ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। ଖବରପାଇ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା। ହେଲେ ସେତେବେଳକୁ ବସଟି ସଂପୂର୍ଣ୍ଣ ପୋଡି ଯାଇଥିଲା। ସୂଚନା ଅନୁସାରେ, ଦିନ ପ୍ରାୟ ସାଡ଼େ ୨ଟା ବେଳେ ବରମୁଣ୍ଡା ବସଷ୍ଟାଣ୍ଡର ପାର୍କିଂରେ ଚକାଡୋଳା ନାମକ ଘରୋଇ ବସଟି ଛିଡା ହୋଇଥିଲା । ବସରେ ମାତ୍ର ଜଣେ ଯାତ୍ରୀ ଥିବା ବେଳେ ୩ଜଣ କର୍ମଚାରି ଶୋଇଥିଲେ। ତେବେ ଅଚାନକ୍ ଗାଡିରୁ ଧୂଆଁ ବାହାରୁଥିବା ଲୋକେ ଦେଖିବାକୁ ପାଇଥିଲେ । କେହି କିଛି ବୁଝିବା ପୂର୍ବରୁ ଅଚାନକ୍ ବସଟି ଜଳିବାକୁ ଲାଗିଥିଲା । ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ସମ୍ଭବ ହୋଇନଥିଲା । ଏନେଇ ତଦନ୍ତ ଜାରି ରହିଛି।

Khansweb Solution Bhubaneswar

Leave A Reply

Your email address will not be published.