banner
Breaking

ପ୍ରବାସୀ ଓଡ଼ିଆ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ୍ ) ଓଡିଶା ବାହାରେ ସାରା ବିଶ୍ୱରେ ରହୁଥିବା ଓଡିଆ ମାନଙ୍କର ତୁଙ୍ଗ ସଂଗଠନ ଅସୀମ ଓଡିଶା ପ୍ରବାସୀ ଓଡିଆଙ୍କ ତରଫରୁ ଚଳିତ ବିଧାନହଭାରେ ନିର୍ବାଚିତ ବିଧାୟକ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଚଳିତ ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରି ଓଡିଶାର ଉନ୍ନତିରେ ପ୍ରବାସୀ ଓଡିଆମାନେ ତଥା ସରକାର ତଥା ପ୍ରଶାସନକଳ ସହଯୋଗ ଏବଂ ସହଭାଗିତା ପାଇଁ ପରାମର୍ଶ ଦେଇଥିଲେ।। ଏହି ଉତ୍ସବରେ ଅସୀମ ଓଡିଶାର ମୂଖ୍ୟ ସଂଯୋଜକ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବବେଦୀ ବିଧାୟକ ମାନଙ୍କୁ ସ୍ୱାଗତ କରିବା ୰ବସରରେ ସୂଚନା ଌ୍ରଽାନ କରିଥିଲେ । ଏହି ଅବସରରେ ପ୍ରବାସୀ ଓଡିଆଙ୍କ ତରଫରୁ ଉପସ୍ଥିତ ଥିବା ବିଧାୟକ ମାନଙ୍କୁ ଫୁଲତୋଡା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅସୀମ ଓଡିଶାର ଜାତୀୟ ସଭାପତି ଇଂ କ୍ଷୀରୋଦ ଜେନା ସଭାପତିତ୍ୱ କରିଥିବାବେଳେ ଅସୀମ ଓଡିଶାର ବରିଷ୍ଠ ଉପ ସଭାପତି ଡ.ବିପିନ ବିହାରୀ ମିଶ୍ର ସଙ୍ଗଠନ ର ସାଙ୍ଗଠନିକ ଗୁରୁତ୍ୱାରୋପ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.