banner
Breaking

ପୂର୍ବତନ କର୍ପୋରେଟର ରଂଜନ ଜେନାଙ୍କ ସ୍ମୃତିଚାରଣ ସଭା

0

ଭୁବନେଶ୍ୱର,୧୪/୧୨ ନୀଳାଦ୍ରି ବିହାରର ପୂର୍ବତନ କର୍ପୋରେଟର ତଥା ସମାଜସେବୀ ସ୍ୱର୍ଗତ ରଂଜନ କୁମାର ଜେନାଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା ନୀଳାଦ୍ରି ବିହାର ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁଧାଂଶୁ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ତଥା ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା, କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ର, ସଂପାଦକ ରବିନ୍ଦ୍ର ସାମଲ, ମାନସ କୁମାର ସାମଲ, ଶିକ୍ଷାବିତ୍ ବଦ୍ରି ନାରାୟଣ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ସଂଜୟ ସେଠୀ, ପଦ୍ମନାଭ ଦାସ, ଜୟନ୍ତି ଜେନା, ପ୍ରମିଳା ପରିଡା, ଦେବୀ ପ୍ରସାଦ ମଲ୍ଲିକ, ସୈାଭାଗ୍ୟ ବାରିକ, ସମାଜସେବୀ ଶ୍ୟାମସୁନ୍ଦର ସୁବୁଦ୍ଧି, ମିହିର ରାଉତ, ମନୋଜ ସାହୁ, ଆନନ୍ଦ ଚନ୍ଦ୍ର ପନାୟକ, କାଳି ସିଂ, ପବିତ୍ର ସ୍ୱାଇଁ, ମନମୋହନ ପନାୟକ, ଇଂ. ଦିଲ୍ଲୀପ ସାହୁ, ପୁଷ୍ପାଞ୍ଜଳି ପାଣି, ଜ୍ଞାନେନ୍ଦ୍ର ମହାପାତ୍ର, ବାଚସ୍ପତି ତ୍ରିପାଠି, ଦୟାନିଧି ସ୍ୱାଇଁ,ରବି ପଣ୍ଡା,ତାରକ ମହାନ୍ତି, ଲିଙ୍ଗରାଜ ଦାଶ,ମାନସ ଦାଶ,ମନୋଜ ବେହେରା, ଦିଲ୍ଲୀପ ମହାନ୍ତି ଓ ସମସ୍ତ ପୂର୍ବତନ କର୍ପୋରେଟର ଯୋଗଦେଇ କହିଥିଲେ ସ୍ୱର୍ଗତ ଜେନା ଜଣେ ମିଷ୍ଟଭାଷୀ, ପରୋପକାରୀ, ଦକ୍ଷ ସଂଗଠକ, କର୍ମବୀର, ଦରଦି ବନ୍ଧୁ ଓ ଟାଣୁଆ ବିଜେଡି ଯୁବନେତା ଥିଲେ । ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିବା ସହିତ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କ ସମୟରେ ନୀଳାଦ୍ରି ବିହାର ଅଳରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ସ୍ୱର୍ଗତ ଜେନାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇମିିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସହିତ ନୀଳାଦ୍ର ବିହାର ଆବାସିକ ସଂଘ, ଶୈଳଶ୍ରୀ ବିହାର ବରିଷ୍ଠ ନାଗରିକ ସଂଘ, ନୀଳାଦ୍ରି ବିହାର ଯୁବ ସାଂସ୍କୃତିକ ସଂଘ, ବୁଦ୍ଧପାର୍କ ସାଂସ୍କୃତିକ ସଂଘ, ଅନ୍ୟାନ୍ୟ ସଂଘ ଓ ସଂଗଠନର କର୍ମର୍କାମାନେ ଯୋଗଦେଇ ସ୍ମୃତି·ରଣ କରିବା ସହିତ ପରିବାର ବର୍ଗଙ୍କୁ ଶାନ୍ତ୍ୱନା ପ୍ରଦାନ କରିଥିଲେ । ସାମ୍ବାଦିକ ସୁକାନ୍ତ ରାଉତ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.