banner
Breaking

ପାଟକୁରା ୪୦ ହଜାର ଭୋଟରେ ହାରିବ ବିଜେପି। ଫେସବୁକ ପୃଷ୍ଠାରୁ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଧର ନାୟକ

0

ଚାଳିଶି ହଜାର ଭୋଟ୍ ରେ ହାରିବ ବିଜେପି, ଷ୍ଟାର ପ୍ରଚାରକ ମୁଣ୍ଡ ପିଛା ହଜାରେ ।

ପୁରୁଣା କଂଗ୍ରେସ କଥା କଥାକେ Emergency ଲଗୋଉଥିଲା, ଲୋକେ ତା ସତ୍ତା ହଜେଇଦେଲେ ।

ଏ ନୂଆ ବିଜେପି କଥା କଥାକେ ସିବିଆଇ ଲଗୋଉଛି,
ଇସିଆଇ, ଆରବିଆଇ ….. ସମସ୍ତଙ୍କ ଇଜ୍ଜତ ମହତ ମାଟିରେ ମିଶେଇ ସାରିଲାଣି ।

କଂଗ୍ରେସ ସତୁରୀ ବର୍ଷ ରେ ଦେଶର ଯେତିକି କ୍ଷତି କରିପାରି ନଥିଲା, ବିଜେପି ସାତ ବର୍ଷରେ ତାଠାରୁ ହଜାରେ ଗୁଣ କ୍ଷତି କରି ଦେଶଟାକୁ ତଳି ତଳାନ୍ତ କରି ସାରିଲାଣି ,

ଅନ୍ଯପକ୍ଷରେ କଂଗ୍ରେସ ଦେଶର ଯେତିକି ଉପକାର କରିଥିଲା, ବିଜେପି ଦଶ ବର୍ଷରେ ତାର ଶହେଭାଗରୁ ଏକଭାଗ ବି କରିବାକୁ ଅକ୍ଷମ,
କାମ କରିବା ତ ଦୂରର କଥା, ଚିନ୍ତା ମଧ୍ୟ କରିପାରୁନି , ବିନା କଂଗ୍ରେସିଆ, ମନମୋହନ, ପ୍ରଣବଙ୍କ ସହାୟତା ରେ ।

ଅନ୍ଯର ପୁତ ମରୁ, କୁଳ ବଅଁଶ ବୁଡୁ,
ଏକା ବିଜେପି ଦୁର୍ଯ୍ୟୋଧନ ପରିକା ଅଜ୍ରାମର ରହୁ,

ଏକଥା ବିଜେପି ବାଲାଙ୍କର ସର୍ବମୋଟ୍ ବୁଦ୍ଧି ଓ ସଂକଳ୍ପ ।

ଏ ବୁଦ୍ଧି ରେ ଆଗରୁ ଗାଁ କଳିହୁଡିଙ୍କ କଜିଆ ଘଣ୍ଟାଏ ଦୁଇଘଣ୍ଟା ଚାଲୁଥିଲା, ଆଜିକାଲି ସିଏ ବି ଚାଲୁନି,

ସେଇପରି ଦିନରାତି ଚବିଶ ଘଣ୍ଟା ପର ଅମଙ୍ଗଳ ଚିନ୍ତା ବୁଦ୍ଧିରେ ଗୋଟାଏ ଦଳ କେତେ ଦିନ ଚାଲିବ ?
ସେ ଦଳପୁଣି ଦେଶ ଚଳେଇବ !!

ବିଜେପି ସୁନ୍ଦର କଦଳୀ ଗଛ ହେଲେ
କଂଗ୍ରେସିଆ ଦୁବ ଘାସ, ଚାଞ୍ଛି ଚାଞ୍ଛି ଅଗ ମୂଳ ଚିହ୍ନ ବର୍ଣ୍ଣ ନଥିବ, ବର୍ଷା ଋତୁ ଆସିଲେ ଅନୋଉ ଅନୋଉ ପଡିଆ ଫୁଲ୍ ।

ପାଟକୁରା ଲୋକ ଯାହା ଟିକେ ମନସ୍ଥ କରିଆସୁଥିଲେ ବିଜୟଙ୍କୁ କେଇ ଖଣ୍ଡ ଭୋଟ୍ ରେ ଜିତେଇବାକୁ,

ପାଟକୁରାରେ ଏ ଚାଳିଶି ଜଣିଆ ପାର୍ଟି ମେଳା ,
ଯେଝା ଦଳର ଭୋଟ୍ କୁ ଯେଝା ସାଙ୍ଗରେ ଯୋଡି ଦେବ ।

ଯଦି ଦଳମାନେ ତାଙ୍କ ନିଜ ଦଳ ଭୋଟ୍ କୁ ନିଜପାଖରେ ରଖି ଦିଅନ୍ତି,

କଂଗ୍ରେସିଆ ଭୋଟ୍ ନବିକନ୍ତି,

ତାହେଲେ କହାର କେତେ ଭୋଟ୍ ହେଲା ହିସାବ କଲେ ଜଣାପଡିଯିବ, ଲେଖିବାକୁ ଲାଜ ଲାଗିବ ।

ସର୍ବେ ଭବନ୍ତୁ ସୁଖୀନ …..
ଗୋଟାଏ ମନ୍ତ୍ର ନୁହେଁ, ଗୋଟାଏ କର୍ମ ।
ଏ କଥା ହେଜିବା କଷ୍ଟ, ଭଜିବା ସହଜ ।

ଜୟ୍
ସବ୍ କା ସାଥ୍
ସବ୍ କା ବିକାଶ

Khansweb Solution Bhubaneswar

Leave A Reply

Your email address will not be published.