banner
Breaking

ଦିନିକିଆ ସିରିଜ୍ ଜିତିଲା ଭାରତ

0

ମାଞ୍ଚେଷ୍ଟର : ରିଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମୁକାବିଲାକୁ ଭାରତ ଜିତି ନେଇଛି । ଏହି ବିଜୟ ସହିତ ଦଳ ୨-୧ରେ ସିରିଜ ବିଜୟୀ ହୋଇଛି। ହାର୍ଦ୍ଦିକଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ୨୫୯ ରନ୍‌ରେ ଅଟକି ଯାଇଥିଲା। ଜବାବରେ ରିଷଭ ପନ୍ତଙ୍କ ପ୍ରଥମ ଆନ୍ତର୍ଜାତୀୟ ଶତକ ଓ ପାଣ୍ଡ୍ୟାଙ୍କ ୭୧ ରନ୍‌ ବଳରେ ଭାରତ ୫ ଉଇକେଟରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।

ରୋହିତ ଶର୍ମା ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ତେବେ ଦ୍ୱିତୀୟ ଓଭରରେ ସିରାଜ ମେଡେନ୍‌ ଦୁଇ ଊଇକେଟ ନେଇ ଇଂଲଣ୍ଡକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ। ଏପର କି ଜନି ବେୟାରଷ୍ଟୋ ଓ ଜୋ ରୁଟ୍‌ ଖାତା ଖୋଲି ପାରି ନ ଥିଲେ। ଅନ୍ୟତମ ଓପନର ଜାସନ ରୟ(୪୧) ଓ ବେନ୍‌ ଷ୍ଟୋକ୍ସ(୨୭) ଦଳ ପାଇଁ ୫୪ ରନ୍‌ ଯୋଡିଥିଲେ। ୪ ଉଇକେଟ ପତନ ପରେ ଅଧିନାୟକ ବଟଲର ୬୦ ରନ୍‌ କରି ସ୍ଥିତି ସମ୍ଭାଳିଥିଲେ। ମୋଇନ୍‌ ଅଲୀଙ୍କ ୩୪ ରନ୍‌ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ଙ୍କ ୨୭ରନ୍‌ ଯୋଗୁ ଇଂଲଣ୍ଡ ୨୦୦ ରନ୍‌ ପାର କରିଥିଲା। ଶେଷ ଭାଗରେ ଡେଭିଡ୍‌ ଓ୍ବିଲିଙ୍କ ୧୮ ଓ କ୍ରେଗ ଓଭରଟନଙ୍କ ୩୨ ରନ ଫଳରେ ଦଳ ୨୫୯ ରନ୍‌ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ ବ୍ୟୟରେ ୪ ଉଇକେଟ ନେଇ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରିଥିଲେ।

୨୬୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦଳୀୟ ସ୍କୋର ୩ରେ ଶିଖର ଧଓ୍ବନ୍‌ ୧ ରନ୍‌ରେ ଆଉଟ ହୋଇଯାଇଥିଲେ। ରୋହିତ ଶର୍ମା ଓ ବିରାଟ କୋହଲି ପ୍ରତ୍ୟେକ ୧୭ ରନ୍‌ ଲେଖାଏଁ କରିଥିଲେ। ପରେ ରିଷଭ ପନ୍ତ(୧୨୫*) ଓ ହାର୍ଦ୍ଦିକ ପାଣ୍ଡ୍ୟା(୭୧) ଷଷ୍ଠ ଉଇକେଟ ପାଇଁ ୧୩୩ ରନ୍‌ ଯୋଡିଥିଲେ। ୫୫ ବଲ୍‌ରେ ପାଣ୍ଡ୍ୟା ୧୦ ଚୌକା ସହିତ ୭୧ ରନ୍‌ କରିଥିଲେ। ଶତକୀୟ ଇନିଂସ ଖେଳିଥିବା ପନ୍ତ ଓ ରବୀନ୍ଦ୍ର ଜାଡେଜା(୭) ଭାରତକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ପକ୍ଷରୁ ରିସି ଟପଲେ ୩ଟି ଉଇକେଟ ନେଇଥିବା ବେଳେ ଓଭରଟନ୍‌ ଏବଂ କାର୍ସେ ଗୋଟିଏ ଲେଖାଏଁ ଉଇକେଟ ପାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.