banner
Breaking

ଥଣ୍ଡା କାଶ ଜର ବୃଦ୍ଧି ପାଇଁ ଭୟଭୀତ ନହେବାକୁ ପରାମର୍ଶ

0

ନୂଆଦିଲ୍ଲୀ,୭।୩: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି। ହେଲେ ଥଣ୍ଡା,କାଶ ଏବଂ ଜ୍ୱର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଚ୍‌୩ଏନ୍‌୨ ଭାଇରସ ଯୋଗୁ ଏଭଳି ହେଉଥିବା ଆଇସିଏମ୍‌ଆର୍‌ କହିଛି। ଏହା ଏକ ପ୍ରକାର ଇନ୍‌ଫ୍ଲୁଏଞ୍ଜା ଭାଇରସ। ଡାକ୍ତରମାନେ ଦାବି କରିଛନ୍ତି ଯେ, ଏଚ୍‌୩ଏନ୍‌୨ ହେତୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ଅଧିକ ଭୟଭୀତ ନ ହେବାକୁ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।

ସେ କହିଛନ୍ତି, ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଏବେ ଥଣ୍ଡା,କାଶ ଏବଂ ଜ୍ୱର ମାମଲା ବୃଦ୍ଧି ପାଉଛି। ଏହା ଏକ ପ୍ରକାର ଇନ୍‌ଫ୍ଲୁଏଞ୍ଜା ଭାଇରସ। ଯାହା ସବୁ ବର୍ଷ ଏହି ସମୟରେ ଦେଖାଯାଏ। ଯାହା ସମୟ ସହିତ ପରିବର୍ତ୍ତିତ ହୁଏ। ଇନଫ୍ଲୁଏଞ୍ଜାରେ ଜ୍ବର ସହ ଗଳା, କାଶ, ଶରୀରରେ ଯନ୍ତ୍ରଣା ଏବଂ ନାକରୁ ପାଣି ବାହାରିବା ଆଦି ହୋଇଥାଏ। ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ସେମାନଙ୍କୁ ସତର୍କ ରହିବାକୁ ଗୁଲେରିଆ ପରାମର୍ଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.