banner
Breaking

ଡାନ୍ସବାରରୁ ଉଠିଲା କଟକଣା

0

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଦୀର୍ଘ ୨ ବର୍ଷ ପରେ କୋହଳ ହେଲା କଟକଣା। ମହାମାରୀ କରୋନାକୁ ନେଇ ଡ୍ୟାନ୍ସ ବାର୍‌ ଉପରେ ଲାଗୁ ହୋଇଥିବା କଟକଣାକୁ ଶେଷରେ କୋହଳ କରାଯାଇଛି। ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଡ୍ୟାନ୍ସ ବାର୍‌ । ଏଥିରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲିପାରିବ। ଅବକାରୀ ବିଭାଗ ଅନୁମତି ଦେଇଥିଲେ ବି କମିସନରେଟ ପୋଲିସର ଗାଇଡଲାଇନ୍‌ ଅନୁସାରେ ଡ୍ୟାନ୍ସ ବାର୍‌ଗୁଡ଼ିକ ଚାଲିବ ବୋଲି ସ୍ପଷ୍ଟ କରାଯାଇଛି।

ଅବକାରୀ ବିଭାଗ ରାଜଧାନୀ ଭୁବନେଶ୍ୱରରେ ୧୪ଟି ଡ୍ୟାନ୍ସ ବାର୍‌ ଖୋଲିବାକୁ ଅନୁମତି ଦେଇଛି । ସମସ୍ତ ବାର୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯିବ। ଡ୍ୟାନ୍ସ ବାର୍‌ରେ ସିସିଟିଭି ଲାଗିବ ଏବଂ ଫୁଟେଜରେ ତିନି ମାସର ବ୍ୟାକ ଅପ୍‌ ରହିବା ବାଧ୍ୟତାମୂଳକ କରାଯାଇଛି। ୨୧ ବର୍ଷରୁ କମ ବୟସର ଯୁବତୀଙ୍କୁ ବାର୍‌ରେ ନିୟୋଜିତ କରାଯାଇପାରିବ ନାହିଁ। ନର୍ତ୍ତକୀମାନେ ଉତ୍ତେଜକ ପୋଷାକ ପିନ୍ଧିପାରିବେ ନାହିଁ ବୋଲି ନିୟମ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.