banner
Breaking

କଟକ ଗ୍ୟାଙ୍ଗଷ୍ଟାରର ସେଲଫି ଉପରେ ଡିସିପିଙ୍କ ପ୍ରତିକ୍ରିୟା।

0

କଟକ,୪ ।୧(ଓଡ଼ିଆ ନ୍ୟୁଜ): ଜେଲରେ ଗ୍ୟାଙ୍ଗଷ୍ଟାର ସକିଲର ସେଲ୍ଫି ଉଠାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଅଖିଳେଶ୍ ସିଂହ ସୂଚନା ଦେଇ କହିଛନ୍ତି ଯେ, ସକିଲର ୩ ନମ୍ବର ପ୍ରେମିକା ଏବେ ପୋଲିସ ହେପାଜତରେ । ସକିଲ କ୍ରାଇମ ଅପରେସନରେ ସମ୍ପୃକ୍ତି ଥିବା ପ୍ରମାଣ ଅଛି । ପୋଲିସଠାରୁ ବଞ୍ଚିବା ପାଇଁ ସକିଲ ପ୍ରେମିକାଙ୍କୁ ବ୍ୟବହାର କରୁଥିବା ଡିସିପି କହିଛନ୍ତି ।
ଏହି ପ୍ରସଙ୍ଗରେ ଜେଲ ବିଭାଗ ଯଦି ଚାହିଁବେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ସକିଲର ଅନ୍ୟ ଦୁଇ ମହିଳା ସହଯୋଗୀଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଡିସିପି କହିଛନ୍ତି ଯେ, ଏହି ୨ ଝିଅ ଜେଲରେ ସକିଲକୁ ଦେଖା କରିବାକୁ ଯାହାନ୍ତି । ଅନ୍ୟ ଗ୍ୟାଙ୍ଗ ସହ ସକିଲର ଲିଙ୍କ ଅଛି କି ନାହିଁ ସେନେଇ ଯାଞ୍ଚ ଚାଲିଛି ।

ସୂଚନା ଅନୁଯାୟୀ କଟକ ସହରରେ ଦବଦବା କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ସକିଲ ଓ ତାର ସହଯୋଗୀ ମାନେ ଏକ ଅଜ୍ଞାତ ସ୍ଥାନରେ ରହି ଅପରାଧିକ ଯୋଜନା କରୁଥିବା ବେଳେ ଛପି ରହିଥିବା ସଦର ଥାନା ଟିମ୍ ଉଠାଇ ନେଇଥିଲା । ଗତ ୨୩ ତାରିଖ ସକିଲ ଓ ତାର ସହଯୋଗୀ ମାନେ ନେତାଜୀ ନଗରର ଜଣେ ଯୁବକଙ୍କୁ ଅପହରଣ କରି ଦାଦାବଟି ପାଇଁ ହତ୍ୟା ଉଦ୍ୟମ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.