banner
Breaking

ଓଡ଼ିଶାରେ ଲାଇଫ୍‌ଷ୍ଟାଇଲ୍‌’ର ପ୍ରଥମ ଷ୍ଟୋର୍‌

0

ଭୁବନେଶ୍ୱର: ଦେଶର ଅଗ୍ରଣୀ ଫେସନ୍‌ ଷ୍ଟୋର୍‌, ଲାଇଫ୍‌ଷ୍ଟାଇଲ୍‌ ରାଜ୍ୟରେ ଏହାର ପ୍ରଥମ ଷ୍ଟୋର୍‌କୁ ଭୁବନେଶ୍ୱରର ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ମଲ୍‌ରେ ଖୋଲିଛି। ୪୫ ହଜାର ବର୍ଗଫୁଟର ଏହି ଷ୍ଟୋର୍‌ରେ ଗ୍ରାହକଙ୍କ ପାଇଁ ରହିଛି ୨୫୦ରୁ ଅଧିକ ପ୍ରକାର ଜାତୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍‌। ଦେଶରେ ଏହା ଲାଇଫ୍‌ଷ୍ଟାଇଲ୍‌ର ୭୩ତମ ଷ୍ଟୋର୍‌। ନୂଆ ଷ୍ଟୋର୍‌ ଉଦ୍‌ଘାଟନ ଅବସରରେ ଅତିଥି ଭାବେ ଯୋଗ ଦେଇ କଂପାନିର ସଭାପତି (ପୂର୍ବ ଓ ପଶ୍ଚିମ ଅଂଚଳ) ନିମିଷ ଶାହ କହିଛନ୍ତି ଯେ, ଆମର ଗ୍ରାହକମାନେ ଏହି ଷ୍ଟୋର୍‌ରେ ସଦ୍ୟତମ ଫେସନ୍‌ର ଉତ୍ପାଦ ସୁଭଲ ମୂଲ୍ୟରେ ପାଇପାରିବେ। ଲାଇଫ୍‌ଷ୍ଟାଇଲ୍‌ର ଗ୍ରାହକମାନେ ଅନଲାଇନ୍‌ରେ ମଧ୍ୟ ସପିଙ୍ଗ୍‌ କରିପାରିବେ ବୋଲି ସେ କହିଛନ୍ତି। ଓଡ଼ିଶାରେ ଲାଇଫ୍‌ଷ୍ଟାଇଲ୍‌ ଏହାର କାରବାର ସମ୍ପ୍ରସାରିତ କରିବାକୁ ଯୋଜନା ରଖିଛି। କଟକ ଓ ରାଉରକେଲାରେ ଷ୍ଟୋର୍‌ ଖୋଲିବାର କ’ଣ ସମ୍ଭାବନା ରହିଛି ତାହାକୁ କଂପାନି ପରଖୁଛି। ଏହା ବ୍ୟତୀତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଯେଉଁ ସବୁ ନୂଆ ନୂଆ ମଲ୍‌ ଖୋଲିବାକୁ ଯାଉଛି ସେସବୁ ଉପରେ ମଧ୍ୟ କଂପାନି ନଜର ରଖିଛି। ମଲ୍‌ରେ ଷ୍ଟୋର୍‌ ଖୋଲିବାକୁ ଆମେ ଅଧିକ ପସନ୍ଦ କରୁ ବୋଲି ଶ୍ରୀ ଶାହ କହିଛନ୍ତି। ଲାଇଫ୍‌ଷ୍ଟାଇଲ୍‌ରେ ପୁରୁଷ, ମହିଳା ଓ ଶିଶୁଙ୍କ ପୋଷାକ ବିକ୍ରି ହେଉଛି। ସେଗୁଡ଼ିକର ମୂଲ୍ୟ ୫୯୯ରୁ ଆରମ୍ଭ ହୋଇଛି। ଷ୍ଟୋର୍‌ରେ ଗ୍ରାହକମାନେ ଗ୍ଲୋବାଲ୍‌ ଦେଶୀ, କୋଡ୍‌, ଫୋର୍କା, ପେପେ ଜିନ୍ସ, ବୋସିନି, କ୍ୟାଟ୍‌ଓ୍ଵାକ୍‌୍‌ ଓ ଫାଷ୍ଟ୍‍ଟ୍ରାକ୍‌ ଭଳି ବ୍ରାଣ୍ଡ୍‌ର ସାମଗ୍ରୀ କିଣିପାରିବେ। ଏହି ଅବସରରେ କଂପାନିର ବରିଷ୍ଠ ଉପସଭାପତି- ମାର୍କେଟିଂ ଶ୍ରୀନିବାସ ରାଓ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.