banner
Breaking

ପିଲାପିଲି କରାଇଦେବ ଭଣ୍ଡ ବାବା। ଲୋକ ବହେ ଛେଚିଲେ

ଭଦ୍ରକ,(ଓଡ଼ିଆ ନ୍ୟୁଜ): ଭଦ୍ରକ ଜିଲ୍ଲା ଚୂଡାମଣି ସାମୁଦ୍ରିକ ଥାନା ଅଞ୍ଚଳରେ ଜଣେ ଭଣ୍ଡବାବାଙ୍କୁ ନିର୍ଦ୍ଧୁମ ମାଡ ମାରିଛନ୍ତି ଗ୍ରାମବାସୀ । ପୂଜା ନାଁରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବାରୁ ଭଣ୍ଡବାବାଙ୍କୁ ଗ୍ରାମବାସୀମାନେ ନିସ୍ତୁକ ମାଡ ମାରିଥିବା ଜଣାପଡିଛି ।

ଖବର ମୁତାବକ, ସନ୍ତାନପ୍ରାପ୍ତି ପାଇଁ ପୂଜା ନାଁରେ ଫସାଇ ମହିଳାଙ୍କ ରାତିରେ ଶ୍ମଶାନ ନେଇଯାଇଥିଲା ଭଣ୍ଡବାବା । ପୂଜା ସମୟରେ ମହିଳାଙ୍କ ସହ ଅସଦାଚରଣ କରିବାରୁ ମହିଳା ଜଣକ ଚିତ୍କାର କରିଥିଲେ । ମହିଳାଙ୍କ ପାଟି ଶୁଣି ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଭଣ୍ଡବାବାଙ୍କୁ ନିସ୍ତୁକ ମାଡ ମାରିଥିଲେ ।