banner
Breaking

ବଜେଟ ୨୦୨୦-୨୧ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ବିଧାନସଭାରେ ୨୦୨୦-୨୧ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଛି । ରାଜ୍ୟ ବଜେଟକୁ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଇପ୍ୟାଡରୁ ପଢି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ । ଏହାକୁ ଡିଜିଟାଲ ବଜେଟ କୁହାଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଚଳିତ ବଜେଟ୍ ୨ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ କୃଷି ହୋଇଥିବା ବେଳେ ଅନ୍ୟଟି ହେଉଛି ସାଧାରଣ ବଜେଟ୍ ।
ଚଳିତବର୍ଷ ପାଇଁ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ସେଥିମଧ୍ୟରୁ ୬୫ ହଜାର ୬୫୫ କୋଟି ଟଙ୍କା ପ୍ରାଶାସନିକ ବ୍ୟାୟ ବରାଦ ହୋଇଥିବା ବେଳେ ୭୪ ହଜାର କୋଟି କାର୍ଯ୍ୟକ୍ରମ ବ୍ୟୟ ହୋଇଛି । ୩୨,୦୦ କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ବ୍ୟୟ ବରାଦ ହୋଇଛି । ୭୧୪୫ କୋଟି ଟଙ୍କା ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ପାଇଁ ଅଟକଳ କରାଯାଇଛି । ଜଳବାୟୁ ଓ ପାଣିପାଗ ବଜେଟ ପ୍ରସ୍ତୁତିରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । ଝାରସୁଗୁଡାରେ ପିପିପି ମୋଡରେ ହେବ ହୃଦରୋଗ ଚିକିତ୍ସା କେନ୍ଦ୍ର ।

୨୦୨୦-୨୧ ପାଇଁ କୃଷି ବଜେଟରେ ୧୯ ହଜାର ୪ ଶହ ୮ କୋଟି ବ୍ୟୟ ବରାଦ କରାଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ସମୃଦ୍ଧି କୃଷି ନୀତି ୨୦୨୦ ଘୋଷଣା ହୋଇଛି । କାଳିଆ ଯୋଜନାରେ ୩୧୯୫ କୋଟି ଟଙ୍କାର ବ୍ୟୟ କରାଦ ହୋଇଛି ।ସେହିପରି ଓୟୁଏଟିକୁ ଉକ୍ରର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୬୦ କୋଟି ବ୍ୟୟ ବରାଦ ହୋଇଛି । ୨୦୨୦-୨୧ରେ ୧ ଲକ୍ଷ୍ୟ ୮୪ ହଜାର ହେକ୍ଟର ଜମିକୁ ଜଳସେଚନ କରାଯିବ । ଆଗୁଆ ସାର ଯୋଗାଣ ପାଇଁ ୧୦୦ କୋଟିର ଆବର୍ତ୍ତନ ପାଣ୍ଠି କରାଯାଇଛି । ଆଗାମୀ ୫ ବର୍ଷରେ ଆୟ, ଉତ୍ପାଦନ ବୃଦ୍ଧି ଯୋଜନା ଚାଲିଛି । ଜଳ ସଂରକ୍ଷଣ ପାଇଁ ପ୍ରମୁଖ ନଦୀରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ନେଇ ୫ ବର୍ଷରେ ୧୨ ହଜାର କୋଟି ଖର୍ଚ୍ଚ ହେବ ।

ଅବଢା ଯୋଜନାରେ ୩,୨୦୮ କୋଟି ବ୍ୟୟ ବରାଦ
ପୁରୀର ବିକାଶ ପାଇଁ ଅବଢା ଯୋଜନାରେ ୩,୨୦୮ କୋଟି ବ୍ୟୟ ବରାଦ ହୋଇଛି । ୨୦୨୦-୨୧ ପାଇଁ ଅବଢା ଯୋଜନାରେ ୬୯୫ କୋଟି ବ୍ୟୟ ବରାଦ ହୋଇଥିବା ସୂଚନା ରହିଛି । ସେହିପରି ଲିଙ୍ଗରାଜ ମନ୍ଦିରର ଚାରିପାଖର ବିକାଶ ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ଏଥିପାଇଁ ୨୦୨୦-୨୧ ବର୍ଷରେ ବ୍ୟୟବରାଦ ୧୫୦ କୋଟି ହୋଇଛି ।

ସ୍ୱାସ୍ଥ୍ୟ ପାଇଁ ୭,୭୦୦ କୋଟି ବ୍ୟୟ ବରାଦ
ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟ୍ ବ୍ୟୟ ବରାଦ ୫ ବର୍ଷରେ ୨ ଗୁଣା ହୋଇଛି । ୨୦୨୦-୨୧ ବର୍ଷ ପାଇଁ ୭,୭୦୦ କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧,୧୦୮ କୋଟିର ବ୍ୟୟ ବରାଦ ହୋଇଛି । ସେହିପରି ଭିତ୍ତିଭୂମି ସୁଦୃଢୀକରଣ ପାଇଁ ୫୭୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୧,୬୫୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହା ସହ ଏସସିବିକୁ ଏମସ ପ୍ଲସରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ପାଇଁ ୨ ବର୍ଷରେ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ପାଇଁ ୩୧୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ଶିକ୍ଷା କ୍ଷେତ୍ର ପାଇଁ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ
ଶିକ୍ଷା କ୍ଷେତ୍ର ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ସୂଚନା ରହିଛି । ମୋ ସ୍କୁଲ ପାଇଁ ୪୦ କୋଟି ଥିବା ବେଳେ ମୋ କଲେଜ ପାଇଁ ୧୦ କୋଟି ରହିଛି । ସେହିପରି ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ୨୨୦ କୋଟିର ବ୍ୟୟବରାଦ ହୋଇଛି ।

ଆବାସ ଯୋଜନା ପାଇଁ ୩,୯୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଯୋଜନା ପାଇଁ ବ୍ୟୟବରାଦ । ପକ୍କାଘର ଯୋଜନା ପାଇଁ ୩ ହଜାର ୯୬୨ କୋଟି ବ୍ୟୟବରାଦ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.